ଯୁଗ୍ମାକ୍ଷର ପ୍ରସଂଗରେ

ଓଡ଼ିଆ ସାହିତ୍ୟ

ଯୁଗ୍ମାକ୍ଷର ପ୍ରସଂଗରେ
ପକ୍କା ଘରର କାଚଝର୍କା / କାଚଝର୍କ୍କା * ଉଚ୍ଚ ଆୟକାରୀ ଲୋକର ଖର୍ଚ / ଖର୍ଚ୍ଚ * ତୁଚ୍ଛ କଳି ଯୋଗୁଁ ମୂର୍ଛା / ମୂର୍ଚ୍ଚ୍ଛା * ତାଙ୍କର ନିର୍ଲ୍ଲଜ୍ଜ ଗର୍ଜ୍ଜନ କି ତାଂକର ନିର୍ଲଜ୍ଜ ଗର୍ଜନ? * ବିଷଣ୍ଣ ପୂର୍ଣ୍ଣଚନ୍ଦ୍ର / ପୂର୍ଣଚଂଦ୍ର * ବିତ୍ତଶାଳୀ ଆର୍ତ୍ତତ୍ରାଣ / ଆର୍ତତ୍ରାଣ * ଉଦ୍ଦେଶ୍ଯମୂଳକ ନିର୍ଦ୍ଦେଶ / ନିର୍ଦେଶ * ଯୁଦ୍ଧପ୍ରିୟ ଦେଶ ନିର୍ଦ୍ଧନ / ନିର୍ଧନ * ସନ୍ନ୍ୟାସୀଙ୍କ ଦୁର୍ନ୍ନାମ କି ସନ୍ନ୍ୟାସୀଂକ ଦୁର୍ନାମ * ସମ୍ମାନନୀୟ ଧର୍ମ୍ମଗୁରୁ / ଧର୍ମଗୁରୁ * ସାହାଯ୍ୟ ପ୍ରାର୍ଥୀ ସୂର୍ଯ୍ୟକାନ୍ତ / ସୂର୍ଯକାଂତ * ମଲ୍ଲଯୋଦ୍ଧା ଦୁର୍ଲ୍ଲଭ / ଦୁର୍ଲଭ *କ୍କ ଚ୍ଚ ଚ୍ଛ ଜ୍ଜ ଣ୍ଣ ତ୍ତ ଦ୍ଦ ଦ୍ଧ ନ୍ନ ମ୍ମ ଯ୍ୟ ଲ୍ଲ* ଉଚ୍ଛେଦ ପ୍ରସ୍ତାବ ଆଦୌ ନାହିଁ। ଅନେକ ଶବ୍ଦରେ ଏ ସବୁ ଲାଗେ। ଲାଗୁଥାଉ। କେବଳ ରେଫ ଲାଗିବା ସ୍ଥଳେ ଏ ସବୁ ବ୍ୟବହାର ନ କଲେ ଲିପି ପରିଷ୍କାର ହେବ ବୋଲି ସୂଚନା ଦିଆଯାଇଛି। କାରଣ ତିନିଟି ବ୍ୟଂଜନ ବର୍ଣ ଗୋଟିଏ ଅକ୍ଷରରେ ରଖିଲେ ତାହା ଉଚ୍ଚାରଣ କରିହୁଏନାହିଁ। ନିଜେ ପରଖଂତୁ। କର୍ତା.... ଉଚ୍ଚାରଣ କର୍‌ତା କର୍ତ୍ତା.....ଉଚ୍ଚାରଣ କର୍‌ତ୍ତା ହୁଏ କି ? ପୂର୍ଣ...... ଉଚ୍ଚାରଣ ପୂର୍‌ନ ପୂର୍ଣ୍ଣ...... ଉଚ୍ଚାରଣ ପୂର୍‌ଣ୍ଣ ହୁଏ କି ସୂର୍ଯ...... ଉଚ୍ଚାରଣ ସୂର୍‌ଜ ସୂର୍ଯ୍ୟ..... ଉଚ୍ଚାରଣ ସୂର୍‌ଯ୍ୟ ହୁଏ କି ? ଏ ସବୁ ପ୍ରଶ୍ନ ନିଜେ ନିଜକୁ ପଚାରି ନିଜର ଲିଖନ ଶୈଳୀ ସ୍ଥିର କରିବାକୁ ପଡ଼େ। ଆମେ ଆମର *ଭାଷାକୁ ବଂଚାଇବା କି ପରଂପରାକୁ ?*

What's Your Reaction?

like

dislike

love

funny

angry

sad

wow